ଭାରତ-ଆମେରିକା ମଧ୍ୟରେ ବଢ଼ିବ ଟ୍ରେଡ୍; ୫ଶହ ବିଲିୟନ ଡଲାର କାରବାର ଲକ୍ଷ୍ୟ

Published By : Prameya-News7 Bureau | February 14, 2025 IST

ନୂଆଦିଲ୍ଲୀ: ଦୁଇ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହ୍ବାଇଟ୍ ହାଉସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ତାଙ୍କର ସାକ୍ଷାତ ହୋଇଛି । ଦୁଇ ରାଷ୍ଟ୍ର ନେତଙ୍କ ମଧ୍ୟରେ ପ୍ରାୟ ୪ ଘଣ୍ଟା ଧରି ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଂଗରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି । ଭାରତ-ଆମେରିକା   ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ ପାଇଁ ଆହ୍ବନ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ ଏବଂ ନରେନ୍ଦ୍ର ମୋଦି । ଭାରତୀୟ ପ୍ରଧାନମନ୍ତ୍ରୀ କହିଛନ୍ତି, ଟ୍ରମ୍ପଙ୍କ ଲକ୍ଷ୍ୟ ‘ମେକ୍ ଆମେରିକା ଗ୍ରେଟ୍ ଅଗେନ୍’ ବା ‘ମାଗା’ରୁ ପରିଚିତ । ଭାରତୀୟ ଲୋକ ମଧ୍ୟ ବିକାଶର ରେଳ ଧାରଣରେ ବିକଶିତ ଭାରତ ୨୦୪୭ ପାଇଁ ସମ୍ପଳ୍ପବଦ୍ଧ । ତେଣୁ ଭାରତ ଲଗାତାର ଭାବେ ବିକାଶ ପଥରେ ଆଗ୍ରସର ହେଉଛି । ଆମେରିକା ଭାଷାରେ କହିବାକୁ ଗଲେ ବିକଶିତ ଭାରତର ଅର୍ଥ ହେଉଛି ‘ମେକ୍ ଇଣ୍ଡିଆ ଗ୍ରେଟ୍ ଏଗେନ୍’ ବା ‘ମିଗା’। ଯେତେବେଳେ ଆମେରିକା ଏବଂ ଭାରତ ଉଭୟ ରାଷ୍ଟ୍ର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି, ସେତେବେଳେ ‘ମାଗା ଏବଂ ମିଗା’ ସଫଳତାର ସହିତ ଆଗକୁ ବଢ଼ିଥାଏ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । 

ଆମେରିକା ରାଷ୍ଟ୍ରପତି ଏବଂ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ବ୍ୟବସାୟକୁ ନେଇ ଦ୍ବିପାକ୍ଷିକ ଆଲୋଚନା ହୋଇଛି । ୨୦୩୦ ସୁଦ୍ଧା ଦୁଇ ଦେଶ ମଧ୍ୟରେ କାରବାର ଦ୍ବିଗୁଣିତ ବୃଦ୍ଧି ପାଇ ୫ଶହ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିବା ନେଇ ଲକ୍ଷ୍ୟ ରଖାଯାଇଛି ।  ପାରମ୍ପରିକ ଭାବେ ଏହି ଲାଭକାରୀ ବ୍ୟବସାୟ ବୁଝାମଣାକୁ ଅନ୍ତିମ ରୂପ ଦେବା ପାଇଁ ଦୁଇ ଦେଶର ଟିମ୍ କର୍ଯ୍ୟକରୁଛନ୍ତି । ଖୁବ୍ ଶୀଘ୍ର ଲସ୍ ଏଞ୍ଜଲ୍ସ ଏବଂ ବୋଷ୍ଟନରେ ଭାରତୀୟ ଦୂତାବାସ ସ୍ଥାପିତ କରାଯିବ ବୋଲି ମୋଦି କହିଛନ୍ତି । 

ଏହି ମିଳିତ ସାମ୍ବାଦିକ ସମ୍ମିଳନୀର ଆରମ୍ଭରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୁକୁ ନେଇ ଭୂରି ଭୂରି ପ୍ରଶଂସା କରିଛନ୍ତି । ଶେଷ ଥର ପାଇଁ ଭାରତ ଗସ୍ତର ଆତିଥେୟକୁ ମନେ ପକାଇଥିଲେ । ସେ ଦୁଇ ଦେଶର ଆର୍ଥିକ୍ ସ୍ଥିତିକୁ ମଜବୁତ କରିବା ପାଇଁ ଫ୍ରେମଓ୍ବାର୍କ ଘୋଷଣା କରିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତର ପ୍ରତିରକ୍ଷା ପ୍ରସ୍ତୁତିରେ ଆମେରିକାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ବିଶ୍ବାସ, ଭରସା ଏବଂ ରଣନୀତି ଆଧାରରେ ଜଏଣ୍ଟ ଡେଭଲପମେଣ୍ଟ, ଜଏଣ୍ଟ ପ୍ରଡକ୍ସନ ଏବଂ ଟ୍ରନ୍ସଫର ଅଫ୍ ଟେକ୍ନୋଲଜି ସକ୍ରିୟ ଭାବେ ଆଗକୁ ବଢ଼ିବାରେ ଲାଗିଛି । ବର୍ତ୍ତମାନ ସମୟ ଭାରତ TRUST ବା Transforming Relationship Utilizing Strategic Technology ଉପରେ ସହମତି ପ୍ରକାଶ କରିଛି । ଏହା ଅନ୍ତର୍ଗତ କ୍ରିଟିକାଲ୍ ମିନେରାଲ୍, ଆଗ୍ରୀମ ସମଗ୍ରୀ, ଫାର୍ମାସ୍ୟୁଟିକାଲ ସାମଗ୍ରୀର ଆମଦାନୀ ଏବଂ ରପ୍ତାନୀ ଉପରେ ଜୋର୍ ଦେଇଛନ୍ତି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.